Information Technology (IT) ବା ସୂଚନା ପ୍ରଯୁକ୍ତି ବିଦ୍ୟା କ’ଣ? , ଏହା କିପରି ଆମ ଦୈନନ୍ଦିନ ଜୀବନରେ ଅବିଚ୍ଛେଦ୍ୟ ଅଙ୍ଗ ପାଲଟି ଯାଇଛି ଜାଣିବା…

Information Technology

ଆମେମାନେ ଦୈନନ୍ଦିନ ଜୀବନରେ ପ୍ରତି ମୁହୂର୍ତ୍ତରେ Information Technology (IT) ବା ଓଡ଼ିଆ ରେ ସୂଚନା ପ୍ରଯୁକ୍ତି ବିଦ୍ୟାର ବ୍ୟବହାର କରୁଛେ।

ଆଜିର ସମୟରେ ଟେକ୍ନୋଲୋଜି ଆମ ଜୀବନର ଅଭିନ୍ନ ଅଙ୍ଗ ପାଲଟି ଯାଇଛି।ଆମ ଆଖ ପାଖରେ ଯେତେ ଜିନିଷ ବ୍ୟବହାର କରୁଛେ। ଯେପରି,~ ମୋବାଇଲ୍, ଟିଭି, କମ୍ପ୍ୟୁଟର, ରେଡ଼ିଓ, ମେସିନ୍, ଇଣ୍ଟରନେଟ ଇତ୍ୟାଦି… , ସମସ୍ତ ଟେକ୍ନୋଲୋଜି ଏକ ରୂପ ଅଟେ। ଟେକ୍ନୋଲୋଜି ମନୁଷ୍ୟ ଦ୍ଵାରା ପ୍ରସ୍ତୁତ ଏମିତି ଏକ ଆବିଷ୍କାର ଯାହା କି ଆମ ଜୀବନ ଶୈଳୀ କୁ ସହଜ ଓ ସରଳ କରିଥାଏ ଏବଂ ସମସ୍ୟାର ସମାଧାନ ମଧ୍ୟ କରିଥାଏ, ଏଥି କାରଣରୁ ଆମେ ବହୁତ୍ ସୁବିଧା ପାଇପାରୁଛେ। ସମୟ ସହିତ ଏଥିରେ ବହୁତ୍ ପରିବର୍ତ୍ତନ ଅଣା ଯାଉଛି, ଯାହା ଦ୍ଵାରା ଆମ କାମ କରିବା ଶୈଳୀରେ ମଧ୍ୟ ପରିବର୍ତ୍ତନ ଆସୁଛି। ଆବଶ୍ୟକତା ଅନୁଯାୟୀ ନୂଆ ନୂଆ technology ର ଆବିଷ୍କାର, ଉଦ୍ଭାବନ କରାଯାଉଛି। ଭବିଷ୍ୟତ ରେ ଏହି ଭଳି ଆବିଷ୍କାର,  ଉଦ୍ଭାବନ ମଧ୍ୟ ଜାରି ରହିବ। ଆଜି ର ଆଧୁନିକ technology ହେଉଛି internet। ଆମେ ଇଣ୍ଟରନେଟ ମାଧ୍ୟମରେ କୈାଣସି ତଥ୍ୟ ଖୁବ୍ ଶୀଘ୍ର ହାସଲ କରିପାରଛେ। internet ଜରିଆରେ ସୂଚନା ର ଆଦାନ ପ୍ରଦାନ ସହଜ ହେଇପାରିଛି ।

ବର୍ତ୍ତମାନ IT   ଶିକ୍ଷା କ୍ଷେତ୍ରରେ, ବେପାର ବାଣିଜ୍ୟ, internet, mobile, pc ଇତ୍ୟାଦି ବହୁତ୍ କ୍ଷେତ୍ରରେ ବ୍ୟବହାର କରାଯାଉଛି।

Information Technology (IT) ଏକ ଏମିତି କ୍ଷେତ୍ର ଯେଉଁଠି କମ୍ପ୍ୟୁଟର, ତା ଆଧାରିତ ସଫ୍ଟୱେର application, ହାର୍ଡୱେର ର ଉପଯୋଗ କରି electronic data କୁ create, process , secure 🔐, exchange କରାଯାଏ।

ସରଳ ଭାଷାରେ ବୁଝିବାକୁ ଗଲେ IT ଅନ୍ତର୍ଗତ computer and Telecommunications ଭଳି system ଉପରେ study, Design, devlopment, management କରାଯାଏ।

ଆମେ ମାନେ ଦୈନଦିନ ଜୀବନ ରେ ବ୍ୟବହାର କରୁଥିବା Computer Technology~( Internet, Networking, Data management, Software, internet websites, server, Database, ଇତ୍ୟାଦି…) Information Technology (IT) ର ଏକ ପ୍ରମୁଖ ଭାଗ ଅଟେ।

Information technology ଏମିତି ଏକ କ୍ଷେତ୍ର ଅଟେ ଯେଉଁଠାରେ କୈାଣସି ଉଦ୍ୟୋଗ, ବିଜନେସ ରେ କମ୍ପୁଟର, technology ସମ୍ବନ୍ଧୀୟ କାର୍ଯ୍ୟ କରାଯାଏ।

ପୂର୍ବ ସମୟରେ IT ବିଷୟରେ ବହୁତ୍ କମ୍ ଲୋକ ଜାଣିଥିଲେ,  ସେ ସମୟରେ IT ର ବିସ୍ତାର ସେତେ ହେଇନଥିଲା। ଅଧିକାଂଶ ଯାଗାରେ ତଥ୍ୟ, ସୂଚନା ଗୁଡ଼ିକ କାଗଜ, ଅନ୍ୟ ମାଧ୍ୟମ ଦ୍ଵାରା ସଂଗ୍ରହ, ଆଦାନ ପ୍ରଦାନ କରାଯାଉଥିଲା । IT ବିଷୟରେ ବଡ଼ କମ୍ପାନୀ ରେ କାମ କରୁଥିବା ବ୍ୟକ୍ତି ମାନେ ହିଁ ଜାଣିଥିଲେ। ଯେଉଁଠାରେ ଅଧିକ ମାତ୍ରାରେ Data କୁ ରଖିବା ପାଇଁ କମ୍ପ୍ୟୁଟର ବ୍ୟବହାର କରାଯାଉଥିଲା। ବର୍ତ୍ତମାନ Information Technology ସାରା ବିଶ୍ବରେ ପ୍ରସାରିତ ହୋଇଗଲାଣି, ଆଜିର ସମୟରେ କମ୍ପ୍ୟୁଟର, internet ସାହାର୍ଯ୍ୟର ସବୁ ସ୍ଥାନରେ କାର୍ଯ୍ୟ କରାଯାଉଛି। IT ପୁରା ବିଶ୍ବକୁ internet, software, ବିଭିନ୍ନ hardware  ମାଧ୍ୟମରେ ଯୋଡ଼ି ଦେଇଛି।

Information technology କେଉଁ କେଉଁ ସ୍ଥାନରେ ବ୍ୟବହାର କରାଯାଏ।

Information technology କାରଣରୁ ମନୁଷ୍ୟ ଜୀବନ ଶୈଳୀ ଦୃତ ଗତିରେ ବଦଳୁଛି। ଆଜି କାଲି ର ସବୁ morden technology IT ଉପରେ ଆଧାରିତ ଅଟେ। Information technology ରେ ଆମକୁ ରେଡ଼ିଓ, ଇଣ୍ଟରନେଟ, ମୋବାଇଲ୍, ଟିଭି, କମ୍ପ୍ୟୁଟର ଭଲି ବିଭିନ୍ନ ପ୍ରକାର ସାଧନା ଦେଖିବାକୁ ମିଳିଛି। ଆଜି ଶିକ୍ଷା, ସ୍ଵାସ୍ଥ୍ୟ, ଉଦ୍ୟୋଗ, ବେପାର, entertainment, telecommunications, ଭଳି କ୍ଷେତ୍ରରେ IT ର ଭୂମିକା ଦେଖିବାକୁ ମିଳେ। ପୂର୍ବ ଅପେକ୍ଷା Business technology ଉପରେ ନିର୍ଭର କରେ ଭଲ communication ଠାରୁ ଆରମ୍ଭ କରି online payment ଭଳି ମହତ୍ତ୍ୱପୂର୍ଣ୍ଣ ବିକଳ୍ପ ପାଇଁ IT ର ବ୍ୟବହାର କରାଯାଉଛି। ବେପାର କୁ ବଢାଇବା ପାଇଁ  advantagement  ଯାହା IT ଦ୍ଵାରା ସମ୍ଭବ ହେଇ ପାରିଛି, ତା ମାଧ୍ୟମରେ ଲକ୍ଷାଧିକ ଗ୍ରାହକଙ୍କ ପାଖରେ ପହଞ୍ଚି ପାରୁଛନ୍ତି। ଅଧିକାଂଶ କମ୍ପାନୀ ଗ୍ରାହକ ମାନଙ୍କୁ ଉପଯୁକ୍ତ ସେବା ପ୍ରଦାନ କରିବା ପାଇଁ information technology ର ବ୍ୟବହାର କରୁଛନ୍ତି, ଯେପରି ମେସେଜ, କଲ୍, email, online support ମାଧ୍ୟମରେ ସମସ୍ୟାର ସମାଧାନ କରୁଛନ୍ତି।  ଏକ ଫୋନ୍ ରେ ଟେଲିଫୋନ, ଇଣ୍ଟରନେଟ ସେବା କୁ information technology ମାଧ୍ୟମରେ ଏକା ସାଙ୍ଗରେ ଅଣାଯାଇପାରିଛି। IT କମ୍ପ୍ୟୁଟର, ମୋବାଇଲ୍ ଭଳି ଯନ୍ତ୍ର ର ଆବିଷ୍କାର କରି ଆମ ଜୀବନରେ ମନୋରଞ୍ଜନ   ପାଇଁ ଢ଼େର ସାରା ସାଧନ ମିଳିପାରିଛି।  ଆମେମାନେ ଇଣ୍ଟରନେଟ ମାଧ୍ୟମରେ ମନ ପସନ୍ଦର ଗୀତ ଶୁଣିପାରୁଛେ ଏବଂ movie ଦେଖି ପାରୁଛେ। ତା ସହିତ ବହୁତ୍ ଗୁଡ଼ିଏ streaming platform, App ମଧ୍ୟ ରହିଛି ମନୋରଞ୍ଜନ ନିମନ୍ତେ। ସବୁ video games ଗୁଡ଼ିକ IT  ଦ୍ଵାରା ପ୍ରସ୍ତୁତ କରାଯାଇଛି। Technology ର ବିକାଶ ସହିତ online fraud, Data theft ଭଳି ସମସ୍ୟା ସାମ୍ନାକୁ ଆସିଲା, ତା ପରେ information technology security କୁ ପ୍ରସ୍ତୁତ କରାଗଲା, ଏହାର ଅନ୍ତର୍ଗତ କମ୍ପ୍ୟୁଟର, ନେଟୱର୍କ, Data, ଭଳି ମହତ୍ତ୍ୱପୂର୍ଣ୍ଣ ତଥ୍ୟ କୁ ଅନ୍ୟ ମାନଙ୍କ ପହଞ୍ଚ ରୁ ଦୂରରେ ରଖାଯାଏ। ଯେତେବେଳେ ଜଣେ ଉପଭୋକ୍ତା portal ମାଧ୍ୟମରେ ତାଙ୍କ ବ୍ୟାଙ୍କ ଆକାଉଣ୍ଟ ବିବରଣୀ ଦେଖିବାକୁ ଚାହାଁନ୍ତି, ସେତେବେଳେ IT security ସୁନିଶ୍ଚିତ କରନ୍ତି,ଯେ କେବଳ ସେହି user ହିଁ ତାଙ୍କ ବ୍ୟାଙ୍କ ଆକାଉଣ୍ଟ ବିବରଣୀ ଦେଖିପାରିବେ। ଏହି ସବୁ ଛଡ଼ା information technology କୃଷି କ୍ଷେତ୍ରରେ, ମେଡିକାଲ୍ କ୍ଷେତ୍ରରେ, ସ୍ଵାସ୍ଥ୍ୟ କ୍ଷେତ୍ରରେ , space science କ୍ଷେତ୍ରରେ , ଏବଂ  । Satellite system🛰️📡 କୁ ଉନ୍ନତିକରଣ କରିବାରେ  information technology ର ମହତ୍ତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି।

Information Technology ର ଫାଇଦା ବିଷୟରେ ଜାଣିବା…

ଆଜିର ସମୟରେ Information Technology (IT) ଆଉ ଆମ ସମାଜ ଜଣେ ଅନ୍ୟ ଜଣକ ସହ ଯୋଡ଼ି ହୋଇ ରହିଛେ। Social media platform (YouTube,Twitter, Facebook, Instagram whatsapp, Telegram, Signal, ଇତ୍ୟାଦି…) ଆରମ୍ଭ କରି online education, ରୂପରେ IT ର ଉପଯୋଗ କରାଯାଉଛି। Information Technology ନୂଆ ନୂଆ ଆବିଷ୍କାର କରି ସମସ୍ତଙ୍କ ବହୁତ୍ ସାହାର୍ଯ୍ୟ କରିଛି। Information Technology communication କ୍ଷେତ୍ରରେ କ୍ରାନ୍ତି ଆଣିକି ଆସିଛି, ଆଜି ଆମେ massage, voice call, video call  ସାହାର୍ଯ୍ୟରେ ଯେକୌଣସି ସ୍ଥାନରେ ରହିଲେ ମଧ୍ୟ ସମ୍ପର୍କ ସ୍ଥାପନ କରି ପାରୁଛେ। IT କାରଣରୁ ପାଣିପାଗ ର ସୂଚନା ଠିକ୍ ସମୟରେ ପାଇ ପରୁଛେ। ପୂର୍ବ ସମୟରେ ବର୍ଷା କେବେ ହେବ କି ନାହିଁ ସେ ବିଷୟରେ ଜାଣିବା କଷ୍ଟକର ଥିଲା, ଏବେ ପାଣିପାଗ ବିଭାଗ ର ଲୋକ IT ସାହାର୍ଯ୍ୟରେ ସହଜରେ ପାଣିପାଗ ବିଷୟରେ ଜାଣିପାରୁଛନ୍ତି। Information Technology ବହୁତ୍ ଗୁଡ଼ିଏ ଚାକିରି ସୃଷ୍ଟି କରିଛି, IT କ୍ଷେତ୍ରରେ ଅଗଣିତ ପଦ ପଦବୀ ରେ ହଜାର ହଜାର ଲୋକ ଚାକିରି କରୁଛନ୍ତି। ଯେପରି computer programmer, Hardware Developer, Software Developer, Web Designer, System Analyst, ଇତ୍ୟାଦି…

Information Technology ସବୁ ପ୍ରକାର Data କୁ ଠିକ୍ ଭାବରେ Store କରି ରଖିବା, ଓ ଦୃତ ଗତିରେ Data କୁ access କରିବା ର ସାମର୍ଥ୍ୟ କୁ ଦିନକୁ ଦିନ ବୃଦ୍ଧି କରୁଛି।

ଧନ୍ୟବାଦ (•‿•) 🙏